Latest Odisha News

BREAKING NEWS

ମର୍ମନ୍ତୁଦ ବସ ଦୁର୍ଘଟଣାରେ ୪୭ ଯାତ୍ରୀ ମୃତ: ଉତ୍ତରାଖଣ୍ଡରେ ଖାତକୁ ଖସି ପଡ଼ିଲା ବସ୍

ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପୌରି ଗରୱାଲ ଜିଲ୍ଲା ଅନ୍ତର୍ଗତ ଧୁମାକୋଟ ସହର ନିକଟରେ ଏକ ବସ ଖାତ ମଧ୍ୟକୁ ଖସି ପଡ଼ିବା ଫଳରେ ଏଥିରେ ଥିବା ୪୭ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।

ସୂତ୍ରରୁ ପ୍ରକାଶ, ବସଟି ଭୋହାନ ସହରରୁ ରାମନଗର ସହରକୁ ଯାତ୍ରା କରୁଥିଲା ବେଳେ ପୌରି ଗରୱାଲ ଜିଲ୍ଲାର ଧୁମାକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ୪୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଗୁରୁତର ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.