ଡେରାଡୁନ୍: ଉତ୍ତରାଖଣ୍ଡ ବଦ୍ରିନାଥରେ ଗତକାଲି ଭୟଙ୍କର ହିସ୍ଖଳନ ହୋଇଥିବା ବେଳେ ଏବେବି ବରଫ ତଳେ ୮ ଜୀବନ ଫସିରହିଛନ୍ତି । ୮ ଜରଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ଏବଂ ଉଦ୍ଧାରକାରୀ ଦଳ ନିଜର ଜି ଜାନ୍ ଲଗେଇଦେଇଛନ୍ତି । ଆଜି ସନ୍ଧାନର ଦ୍ବିତୀୟ ଦିନରେ ଆଉ ୧୪ ଜଣଙ୍କୁ ଉଦ୍ଧାର କରିଥିଲା ଭାରତୀୟ ସେନା । ସେମାନଙକ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପୁଷ୍କରା ଧାମି ମଧ୍ୟ ଆହତମାନଙ୍କୁ ଭେଟିଛନ୍ତି ।
ଉତ୍ତରାଖଣ୍ଡର ବଦ୍ରିନାଥର ମାନା ଗ୍ରାମ ନିକଟରେ ଥିବା ଉଚ୍ଚ-ଉଚ୍ଚ ସୀମା ସଡ଼କ ସଂଗଠନ (ବିଆରଓ) ଶିବିରରେ ଶୁକ୍ରବାର ହିମସ୍ଖଳନ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ୫୫ ଜଣ ଶ୍ରମିକଙ୍କ ମଧ୍ୟରୁ, ଏବେ ପର୍ଯ୍ୟନ୍ତ ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ବରଫ ତଳେ ଜୀବନ ଆଶାରେ ଫସି ରହିଛନ୍ତି ୮ ଶ୍ରମିକ ।
ଆଜି ସନ୍ଧାନ କାର୍ଯ୍ୟ ଆରମ୍ଭରୁ ୧୪ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି ଏବଂ ଗୁରୁତର ଅବସ୍ଥାରେ ଥିବା ୩ ଜଣ କର୍ମଚାରୀଙ୍କୁ ପାଗ ଟିକେ ଭଲ ହେବାରୁ ହେଲିକପ୍ଟର ଯୋଗେ ଜୋଶୀମଠକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଆହତ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ଧାମି । ସେପଟେ ମୁଖ୍ୟମନ୍ତ୍ରୀ ଧାମି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ଆଳୋଚନା କରିଛନ୍ତି ।
ତେବେ ଘଟଣାକୁ ନେଇ ସେନା ଅଧିକାରୀଙ୍କ କହିବା କଥା, ଗତ କାଲି ପ୍ରାଥମିକ ସ୍ତରରେ ୩୩ ଜରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାତି ହେବା ସହିତ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଅନ୍ୟପଟେ ପ୍ରବଳ ତୁଷାରପାତ ଏବଂ ଅଧିକ ହିମସ୍ଖଳନର ଆଶଙ୍କା ମଧ୍ୟରେ ବାକି ଫସିରହିଥିବା ଶ୍ରମିକଙ୍କୁ ଖୋଜିବା ଆହୁରି କଷ୍ଟକର ହୋଇଥିଲା । ଏବେ ବି ଭାରି ତୁଷାର ପାତ ଜାରି ରହିଛି ।
ତେବେ କହିରଖୁଛୁ, ଭାରତ-ତିବ୍ଦତ ସୀମାର ଶେଷ ଗ୍ରାମ ମାନାରେ ସେନା ଗତିବିଧିକୁ ସୁଗମ କରିବା ପାଇଁ ବରଫ ସଫା କରିବାରେ ୫୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଗତକାଲି ସକାଳେ ହିମସ୍ଖଳନ ବେଳେ ସେମାନେ ବିଆଓ କ୍ୟାମ୍ପରେ ଫସିଯାଇଥିଲେ । ପରେ ଏହି କ୍ୟାମ୍ପଟି ବରଫ ତଳେ ପୋତି ହୋଇଯାିଥିଲା ।
Comments are closed.