Latest Odisha News

BREAKING NEWS

ବଲିଉଡର ଏହି ୪୭ ବର୍ଷୀୟ ନିର୍ଦ୍ଦେଶକ ସେୟାର କଲେ ୨୫ ବର୍ଷୀୟା ପ୍ରେମିକାଙ୍କ ଫଟୋ !

ମୁମ୍ବାଇ: ବଡ଼ ଅଜବ ଏଇ ବଲିଉଡର ଦୁନିଆ । ଯେଉଁଠି ନା ଅଛି ବୟସର କୌଣସି ପ୍ରତିବନ୍ଧକ ଆଉ ନା ରହିଛି କିଛି ଉଚ୍ଚ ନିଚ୍ଚର ଭେଦଭାବ । ଏଠାରେ ସମ୍ପର୍କରେ ବାନ୍ଧିହେବା ପାଇଁ ଆବଶ୍ୟକ କେବଳ ଗୋଟିଏ କ୍ଷଣର । ବିନା କୌଣସି ଚେତାବନୀରେ ଅମାନିଆ ହୃଦୟ ଆକର୍ଷିତ ହୋଇଯାଏ ସେହି ଲୋକ ପାଇଁ, ଯାହାକୁ ‘ ଲଭ ଆଟ୍ ଫାଷ୍ଟ ସାଇଟ’ ବୋଲି ମଧ୍ୟ କୁହାଯାଏ । ସେଠାରେ ଆଉ ଆବଶ୍ୟକ ପଡେନାହିଁ କୌଣସି ବ୍ୟାଖ୍ୟା । ଏମିତି ଅନେକ ଉଦାହରଣ ରହିଛି ବଲିଉଡରେ ।

ନିଜର କଠିନ ପରିଶ୍ରମ ବଳରେ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁଇ ଦୁଇ ଥର ବିବାହରେ ଅସଫଳତାକୁ ସାମ୍ନା କରିଥିବା ଅନୁରାଗ ଏବେ ନିଜଠାରୁ ୨୨ ବର୍ଷ କମ୍ ଏକ ଯୁବତୀଙ୍କ ସହ ପ୍ରେମରେ ପଡିଛନ୍ତି ।

ନିଜ ପ୍ରଥମ ପତ୍ନୀଙ୍କ ଠାରୁ ଅନୁରାଗଙ୍କର ଏକ ଝିଅ ମଧ୍ୟ ରହିଛି । ଯାହାର ବୟସ ଏବେ ୧୭ ବର୍ଷ । ଝିଅ ଆଲିଆ କଶ୍ୟପଙ୍କ ଠାରୁ ମାତ୍ର ସାତ ବର୍ଷ ବଡ଼ ତାଙ୍କ ବାପାଙ୍କର ଏହି ୨୫ ବର୍ଷୀୟ ପ୍ରେମିକା ଶୁଭ୍ରା ସେଟ୍ଟୀ ।

ନିଜ ୪୭ ତମ ଜନ୍ମ ଦିନରେ ବଲିଉଡର ଏହି ପ୍ରତିଭାଶାଳି ନିର୍ଦ୍ଦେଶକ ନିଜ ଠାରୁ ଢେର କମ୍ ବୟସର ପ୍ରେମିକାକଙ୍କ ସହ କିଛି ହଟ୍ ଓ ଅନ୍ତରଙ୍ଗ ମୁହୂର୍ତ୍ତରେ ଫୋଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ପ୍ରେମିକାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛି ।

ଏହି ଫଟୋଟି ସୋସିଆଲ ମିଡ଼ିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇ ପାରିଛି ।

Leave A Reply

Your email address will not be published.