Latest Odisha News

BREAKING NEWS

କେନାଲରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମହାବିରୋଦ୍ଧ ବନଖଣ୍ଡ ନିକଟସ୍ଥ ଏକ କେନାଲରେ ବୁଧବାର ଦିନ ଫସି ରହିଥିବା ଏକ ହାତୀକୁ ବନବିଭାଗ ଉଦ୍ଧାର କରିଛି ।

ଉକ୍ତ କେନାଲରେ ଗୋଟିଏ ଦନ୍ତା ହାତୀ ଫସି ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଚାନ୍ଦପୁର ଗ୍ରାମର ପଞ୍ଚାନନ ସାହୁ ନାମକ ଜଣେ ବ୍ୟକ୍ତି ସକାଳେ ଚାଷ ଜମିରେ କାମ କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ ହାତୀଟି ଉକ୍ତ କେନାଲରେ ଖସି ପଡିଥିଲା । ସେ ଉଠିବାକୁ ବାରମ୍ବାର ପ୍ରଚେଷ୍ଟା କରୁଥିଲେ ମଧ୍ୟ କେନାଲରୁ ବାହାରି ପାରୁନଥିଲା ।

ତେବେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ବହୁ ପ୍ରଚେଷ୍ଟା ପରେ ଉକ୍ତ କେନାଲରୁ ହାତୀଟିକୁ ଉଦ୍ଧାର କରିଛି ଏବଂ ପରେ ଦନ୍ତାକୁ ମହାବିରୋଦ୍ଧ ବନଖଣ୍ଡରେ ଛାଡି ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.