Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୭୬ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୭୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମଣ ୩୮୮ ଜଣ ଅଛନ୍ତି । ସେହିପରି ୧୪୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ ।

ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଓଲ୍ଡ ଟାଉନରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ, ନୟାପଲ୍ଲୀରୁ ୨୫, ପଟିଆରୁ ୨୩, ଚନ୍ଦ୍ରଶେଖରପୁରରୁ ୨୧, ଖଣ୍ଡଗିରି ଓ ଟଙ୍କପାଣି ରୋଡରୁ ୧୮ ଜଣ ଲେଖାଏଁ, ଲକ୍ଷ୍ମୀସାଗରରୁ ୧୭, ରସୁଲଗଡ଼ରୁ ୧୨, ଝାରପଡ଼ାରୁ ୧୧, ବରମୁଣ୍ଡା, ବମିଖାଲ, ସୁନ୍ଦରପଦାରୁ ୮ ଜଣ ଲେଖାଏଁ, ଜାଗମରାରୁ ୧୦, ଆଇଗିଣିଆରୁ ୬ ଜଣ ଓ ଶୈଳଶ୍ରୀବିହାରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୮୮ ଜଣଙ୍କ ମଧ୍ୟରୁ ପଟିଆ, ୟୁନିଟ୍ ୯ରୁ ୬ ଜଣ ଲେଖାଏଁ, ଝାରପଡ଼ାରୁ ୫, ରସୁଲଗଡ଼ରୁ ୫, ଶ୍ରୀଳଶ୍ରୀବିହାର ଓ ନୟାପଲ୍ଲୀରୁ ୫ ଜଣ ଲେଖାଏଁ, ମଞ୍ଚେଶ୍ବରରୁ ୩ ଓ ଓଲ୍ଡ ଟାଉନରୁ ୪, ଶିରିପୁର ଓ ବରମୁଣ୍ଡାରୁ ୩ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୩୭ ହଜାର ୨୦୪ ଜଣ ଆକ୍ରାନ୍ତ । ସେହିପରି ୩୩ ହଜାର ୩୪୮ ଜଣ ସୁସ୍ଥ ହୋଇଥିବା ବେଳେ, ୨୫୦ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୩ ହଜାର ୫୮୫ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.