Latest Odisha News

BREAKING NEWS

ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଗୌତମ ଗମ୍ଭୀର । ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜଧାନୀ ଦିଲ୍ଲୀରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ଟେନସନ ବଢାଇଛି । ହସ୍ପିଟାଲରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ ଦେଖାଦେଲାଣି । ଏପରି ପରିସ୍ଥିତିରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି । 
ପୂର୍ବ ଦିଲ୍ଲୀର ଲୋକେ ମୋର କାର୍ଯ୍ୟାଳୟ ୨ ଜାଗ୍ରତି ଏନକ୍ଲେଭକୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଭିତରେ ଆସି ମାଗଣାରେ ଫାବିଫ୍ଲ୍ୟୁ ନେଇପାରିବେ ବୋଲି ଗମ୍ଭୀର ଟ୍ଵିଟ୍ କରି କହିଛନ୍ତି । ଯେଉଁମାନଙ୍କୁ ଔଷଧ ଦରକାର ସେମାନେ ନିଜର ଆଧାର କାର୍ଡ ଏବଂ ଡାକ୍ତରଙ୍କ ପ୍ରେସକ୍ରିପସନ ସାଙ୍ଗରେ ନେଇ ଆସିବାକୁ ସେ କହିଛନ୍ତି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୮,୩୯୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 
Leave A Reply

Your email address will not be published.