Latest Odisha News

BREAKING NEWS

କାଲି ସନ୍ଧ୍ୟାରୁ ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି

ଭଦ୍ରକ: ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ । କରୋନା ସଂକ୍ରମଣ ବଢୁଥିବାରୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ । କାଲି ସନ୍ଧ୍ୟା ୬ଟା ପରଠୁ ଚାନ୍ଦବାଲି ପୌରାଞ୍ଚଳରେ ସଟଡାଉନ୍ କଟକଣା ଜାରି ହେବ ।

ଗୁରୁବାର ଓ ଶୁକ୍ରବାର ସଟଡାଉନ୍ ଥିବା ବେଳେ ତାପରେ ଦୁଇ ଦିନ(ଶନିବାର ଓ ରବିବାର) ସାପ୍ତାହିକ ସଟଡାଉନ୍ ରହିଛି । ଏହାକୁ ମିଶାଇରେ କାଲି ସନ୍ଧ୍ୟା ୬ଟାରୁ ୧୭ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ କଟକଣା ବଳବତ୍ତର ରହିବ ।

ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ବନ୍ଦ ରହିବ ଦୋକାନ ବଜାର । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଦୋକାନକୁ କିଛି ସମୟ ପାଇଁ କୋହଳ କରାଯାଇଛି ।

Leave A Reply

Your email address will not be published.