Latest Odisha News

BREAKING NEWS

ସଂଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖରାପ ଖବର । ସଞ୍ଜୁ ବାବାଙ୍କୁ କ୍ୟାନସର । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଜ ଥ୍ରୀ ଆଡଭାନ୍ସ କ୍ୟାନସର ହୋଇଛି । ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

ଏହି ଖବର ଶୁଣିବା ପରେ ସଞ୍ଜୟଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ଫ୍ୟାନ ଓ ଶୁଭେଚ୍ଛୁ । ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୮ତାରିଖରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସଞ୍ଜୟ ଦତ୍ତ ।

ଆଜି ସନ୍ଧ୍ୟାରେ ସଂଜୟ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ମେଡିକାଲ ଟ୍ରିଟମେଣ୍ଟ ପାଇଁ ମୁଁ କିଛି ଦିନ ପାଇଁ ବ୍ରେକ ନେଇଛି । ମୋ ପରିବାର ସଦସ୍ୟ ଓ ସାଙ୍ଗସାଥୀ ମୋ ସାଙ୍ଗରେ ଅଛନ୍ତି । ମୋର ଶୁଭେଚ୍ଛୁମାନେ ଚିନ୍ତିତ ହୁଅନ୍ତୁ ନାହିଁ ଏବଂ ଅଯଥା କୌଣସି ସିଦ୍ଧାନ୍ତରେ ପହଞ୍ଚନ୍ତୁ ନାହିଁ । ମୁଁ ଖୁବ୍ ଶୀଘ୍ର ଆପଣମାନଙ୍କ ପାଖକୁ ଫେରିଆସିବି । ’

ଏହି ଟ୍ୱିଟର କିଛି ଘଣ୍ଟା ପରେ ଫିଲ୍ମ ସାମ୍ବାଦିକ କୋମଲ ନହଟା ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ,‘ସଂଜୟ ଦତ୍ତଙ୍କଠାରେ ଫୁସଫୁସ୍ କ୍ୟାନସର ଚିହ୍ନଟ ହୋଇଛନ୍ତି । ସେ ଶୀଘ୍ର ସୁସ୍ଥ ହେଇ ଫେରନ୍ତୁ ସେ ନେଇ ପ୍ରାର୍ଥନା କରନ୍ତୁ ।’

Leave A Reply

Your email address will not be published.