Latest Odisha News

BREAKING NEWS

ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି ବିପଦକୁ ଜାଣିପାରିବ । ଏହି ଡ୍ରୋନ୍ ଗୁଡିକ ୩୦ ମିନିଟ୍ ପାଇଁ ଆକାଶରେ ଉଡିପାରିବ । କେବଳ ଏତିକି ନୁହେଁ, ଏହି ଡ୍ରୋନ୍ ଭୂମିରୁ ପ୍ରାୟ ୪୫୦୦ ମିଟର ସହଜରେ ଉଡିପାରିବ ।

ମିଳିଥିବା ସୂଚନାନୁସାରେ, ନିକଟରେ ନୌସେନା ମୁଖ୍ୟ ଆଡମିରାଲ୍ ଦୀନେଶ କେ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ୨୬ ଟି ରାଫାଲ୍ ଜେଟ୍ ଏବଂ ତିନୋଟି ସ୍କର୍ପିନ୍ ବୁଡ଼ାଜାହାଜ ପାଇବ । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୬୨ଟି ଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜ ନିର୍ମାଣ ଚାଲିଛି । ବର୍ତ୍ତମାନ ଏହି ଡ୍ରୋନ୍ ସମ୍ବନ୍ଧୀୟ ସୂଚନା ଦର୍ଶାଉଛି ଯେ ଦେଶର ସୁରକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି ।

ମେଜର ଜେନେରାଲ ଏସ.କେ ସିଂ ଡ୍ରୋନ୍ ବିଷୟରେ କହିଛନ୍ତି ଯେ, ‘ନାଗାସ୍ତ୍ର-୧’ ଅଧୀନରେ ଥିବା ଏହି ଡ୍ରୋନ୍ ଗୁଡିକ ୨୦୦ ମିଟର ଉଚ୍ଚତାରୁ ମଧ୍ୟ ଶତ୍ରୁକୁ ଚିହ୍ନଟ କରିପାରିବ । ସେ କହିଛନ୍ତି ଯେ ବର୍ଷା, କୁହୁଡି ଭଳି ଯେକୌଣସି ପାଣିପାଗରେ ଏହି ଡ୍ରୋନଗୁଡିକ ଉପରେ ଆକ୍ରମଣ କରିବାର କ୍ଷମତା ଅଛି ଏବଂ ସେହି ସ୍ଥାନର ସଠିକ୍ ଭିଡିଓ ଦେବାର କ୍ଷମତା ରଖୁଛି ।

ଏଠାରେ କହିରଖୁଛୁଯେ, ‘ନାଗାସ୍ତ୍ର-୧’ ହେଉଛି ଫିକ୍ସଡ ୱିଙ୍ଗ ଡ୍ରୋନ୍, ଯେଉଁଥିରେ ବିସ୍ଫୋରକ ସାମଗ୍ରୀ ରଖାଯାଇପାରିବ ଏବଂ ଶତ୍ରୁ ଲକ୍ଷ୍ୟ ଉପରେ ଆକ୍ରମଣ କରାଯାଇପାରିବ । ଡ୍ରୋନ ର ସବୁଠାରୁ ବଡ ବିଶେଷତା ହେଉଛି ଯେ ସେ କୌଣସି ଧ୍ୱନି ସୃଷ୍ଟି କରିବ ନାହିଁ ଏବଂ ଚୁପଚାପ୍ ଶତ୍ରୁ ଅଞ୍ଚଳକୁ ଯାଇ ତାଙ୍କୁ ଆକ୍ରମଣ କରିପାରିବ । ଏପରି ପରିସ୍ଥିତିରେ ଶତ୍ରୁ ସତର୍କ ହେବାର ସୁଯୋଗ ମଧ୍ୟ ପାଇ ନଥାଏ । କୁହାଯାଉଛି ଯେ ଏହି ଡ୍ରୋନ୍ ଚୀନ୍ ଏବଂ ପାକିସ୍ତାନ ସୀମାରେ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ ।

Comments are closed.