Latest Odisha News

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ ଗ୍ରହଣ । ତେବେ ଅପରାହ୍ନ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ ଇଭିଏମରେ ସିଲ ହୋଇଛି । ଏହାରି ଭିତରେ ୭୦. ୧୯ ପ୍ରତିଶତ ମତ ଗ୍ରହଣ କରି ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ସବୁଠୁ କମ୍ ଭୋଟ ଗ୍ରହଣ କରିଛି ୪୩. ୯୫ ପ୍ରତିଶତରେ ଉତ୍ତରପ୍ରଦେଶ ।  ଏହି କ୍ରମରେ ବିହାରରେ ଅପରାହ୍ନ ୩ଟା ସୁଦ୍ଧା ୪୫.୨୧ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୪୬.୨୬ ପ୍ରତିଶତ, ଜାମ୍ମୁ-କାଶ୍ମୀରରେ ୪୪.୪୧, ଝାଡ଼ଖଣ୍ଡରେ ୫୪.୩୪, ଦିଲ୍ଲୀରେ ୪୪.୫୮, ଓଡ଼ିଶାରେ ୪୮.୪୪ ପ୍ରତିଶତ ମତ ଗ୍ରହଣ ହୋଇଛି ।

ତେବେ ୬ଷ୍ଠ ପର୍ଯ୍ୟାୟରେ ଦେଶର ଜାମ୍ମୁ-କାଶ୍ମୀରର ୧ଟି, ହରିୟାଣାର ୧୦ଟି, ଦିଲ୍ଲୀର ୭ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ବିହାର ୮ଟି, ଝାଡ଼ଖଣ୍ଡ ୪ଟି ଏବଂ ଓଡ଼ିଶାର ୬ଟି ଲୋକସଭା ଆସନରେ ଭୋଟଗ୍ରହଣ କରାଯାଉଛି। ମୋଟ ୧୧ କୋଟି ୧୩ ଲକ୍ଷ ଭୋଟର ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଭୋଟରଙ୍କ ମଧ୍ୟରେ ୫ କୋଟି ୮୪ ଲକ୍ଷ ପୁରୁଷ ଏବଂ ୫ କୋଟି ୨୯ ଲକ୍ଷ ମହିଳା ରହିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୫୧୨୦। ଭୋଟଦାନ ପାଇଁ ସାରା ଦେଶରେ ୧ ଲକ୍ଷ ୧୪ ହଜାର ମତଦାନ କେନ୍ଦ୍ର କରାଯାଇଛି। ମୋଟ ୧୧ ଲକ୍ଷ ୪ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି।

ତେବେ ଏହି ପର୍ଯ୍ୟାୟରେ ବିଶିଷ୍ଟ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦରଜିତ୍ ସିଂ, ବିଜେପିର ମେନକା ଗାନ୍ଧୀ, ସମ୍ବିତ ପାତ୍ର, ମନୋହର ଖଟ୍ଟର, ମନୋଜ ତିୱାରୀ, ମେହବୁବା ମୁଫତି ଏବଂ କଂଗ୍ରେସର କହ୍ନେୟା କୁମାର ରହିଛନ୍ତି ।

Leave A Reply

Your email address will not be published.