Latest Odisha News

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା ।

ଦିନ ୩ ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୫୨.୭୭ ପ୍ରତିଶତ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ୫୩.୨୯ ପ୍ରତିଶତ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ୫୦.୪୦ ପ୍ରତିଶତ, କଟକ ଜିଲ୍ଲାରେ ୪୩.୫୨ ପ୍ରତିଶତ, ପୁରୀ ଜିଲ୍ଲାରେ ୪୮.୭୧ ପ୍ରତିଶତ, ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୪୨.୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.