Latest Odisha News

BREAKING NEWS

ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ସ୍ଥାନରେ ଦୁର୍ବଳ ନଦୀବନ୍ଧ ରହିଛି । ଜଳସମ୍ଫଦ ବିଭାଗ ସଚିବଙ୍କୁ ଏନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚିଠିରେ ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି ଯେ, ପୁରୀ ଜିଲ୍ଲାର ସର୍ବାଧିକ ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ତେବେ ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖାଯାଇଛି ଏବଂ ବିଭାଗୀୟ କର୍ମଚାରୀ ସଜାଗ ରହିଥିବା ସେ ଦର୍ଶାଇଛନ୍ତି ।

ଦୁର୍ବଳ ନଦୀବନ୍ଧ ଥିବା ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ନୟାଗଡ, କେନ୍ଦ୍ରାପଡା, ଗଂଜାମ, ଗଜପତି, ରାୟଗଡା, ଭଦ୍ରକ, ଖୋର୍ଦ୍ଧା, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ମୟୂରଭଂଜ, ବାଲେଶ୍ୱର, ସୋନପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି । ବର୍ଷା ସ୍ଥିତିକୁ ଦେଖି ବାଲିବସ୍ତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଏଥିସହ ଜିଲ୍ଲା ସ୍ତରରେ ତଥା ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.