Latest Odisha News

BREAKING NEWS

ତାମିଲନାଡୁ ରାଜଭବନର ୮୪ କର୍ମୀ କରୋନା ପଜିଟିଭ

ତାମିଲନାଡୁ: ତାମିଲନାଡୁ ରାଜଭନବରେ ଗୁରୁବାର ଦିନ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ରାଜଭବନରେ ମୁତୟନ ସୁରକ୍ଷାକର୍ମୀଙ୍କ ସମେତ ଫାୟାର କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି ।

ଏନେଇ ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟ କେହିବି ବରିଷ୍ଠ ଅଧିକାରୀ ତଥା ରାଜ୍ୟପାଳଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି ।

ବର୍ତ୍ତମାନ ସମୟରେ ରାଜଭବନର ସମସ୍ତ ଅଫିସକୁ ବନ୍ଦ କରାଯାଇ ସାନିଟାଇଜେସନ୍ କରାଯାଉଥିବା ନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ- ଦେଶରେ ସବୁ ରେକର୍ଡ଼ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧ ଶହରୁ ଉର୍ଦ୍ଧ୍ବ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ୫୧,୭୬୫ଟି ସକ୍ରିୟ ମାମଲା ରହିଥିବା ବେଳେ ୧,୩୧,୫୮୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୩୧୪୪ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ମୋଟ୍ ୧୮୬୪୯୨ ଜଣ ସଂକ୍ରମିତ ରହିଛନ୍ତି ।

Leave A Reply

Your email address will not be published.