Latest Odisha News

BREAKING NEWS

୧୦ ମିନିଟରେ ପରସ୍ପରକୁ ଧକ୍କା ଦେଲା ୪୯ ଗାଡ଼ି, ୧୬ ମୃତ

ବେଜିଂ:ମାତ୍ର ୧୦ ମିନିଟରେ ସବୁକିଛି ଓଲଟିଗଲା । କେହି କିଛି ବୁଝିପାରିଲେନି । ଗାଡିକୁ ଗାଡି ପିଟି ହୋଇ ଚାଲିଥାଏ । ଗୋଟିଏ ବା ଦୁଇଟି ନୁହେଁ, ଏକ ସାଙ୍ଗରେ ୪୯ଟି ଗାଡି ପରସ୍ପରକୁ ଲଗାତାର ଧକ୍କାଦେଇ ଚାଲିଥାନ୍ତି । ଏମିତି ଏକ ଛାତି ଥରାଇଦେବା ପରି ଦୁଘଟଣା ଦେଖିବାକୁ ମିଳିଛି ଚୀନରେ ।

ଚୀନର ହୁନାନ ପ୍ରାନ୍ତରରେ ଶନିବାର ସନ୍ଧ୍ୟାରେ ଏପରି ଦୁର୍ଘଟଣା ଘଟିଛି । ଚାଙ୍ଗସା ସହରର ଶୁଚାଙ୍ଗ-ଗୁଆଙ୍ଗଝୁ ରାଜରାସ୍ତାରେ ପଛକୁ ପଛ ଗାଡିର ଧାଡି ଲାଗିଥାଏ । ହଠାତ କେହି କିଛି ବୁଝିବା ଆଗରୁ ଗାଡିସବୁ ପଛକୁ ପଛ ମାଡ ହେବା ଆରମ୍ଭ କରିଥିଲା ।   ମାତ୍ର ୧୦ ମିନିଟ ଭିତରେ ୪୯ଟି ଗାଡି ପରସ୍ପରକୁ ଧକ୍କା ଦେଇଛି ।

ଚୀନ ସରକାରୀ ସୂତ୍ରର ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ଅତିକମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ୬୬ ଜଣ ଆହତ ହୋଇଛନ୍ତି । ରବିବାର ଏହି ତଥ୍ୟ ସାମ୍ନାକୁ ଆସିଛି ।

ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.