Latest Odisha News

BREAKING NEWS

ଓଡ଼ିଶା ପରେ ରାଜସ୍ଥାନର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇଛି ରହସ୍ୟମୟୀ

ଭୁବନେଶ୍ବର : ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ର ଶିକାର ହୋଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଛି ରହସ୍ୟମୟୀ ମହିଳା । ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣକ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିବା ଜଣାପଡିଛି । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ରହସ୍ୟମୟୀ ବାବଦରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ ହଜାର ଟଙ୍କାର ମିଳିଛି ଠିକଣା । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜରୁ ଚାନ୍ଦିପୁରର ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ଆସିଛି ୨୪ ହଜାର ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେ ବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡିଛି । ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ପୂର୍ବରୁ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା । ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିସାରିଛି ।

Leave A Reply

Your email address will not be published.