Latest Odisha News

BREAKING NEWS

୬ ବର୍ଷ ପରେ ମୈଦାନକୁ ଓହ୍ଲାଇଲେ ଲାଲୁ, ବିଜେପିକୁ କଲେ କଡ଼ା ସମାଲୋଚନା

ପାଟନା : ୬ ବର୍ଷ ପରେ ନିର୍ବାଚନ ମଇଦାନରେ ଲାଲୁ । ଚାରା ଘୋଟାଲା କେସ୍‌ରେ ଜେଲରୁ ଫେରିବା ପରେ ମଇଦାନକୁ ଓହ୍ଲାଇଛନ୍ତି ଲାଲୁ ପ୍ରସାଦ ଯାଦବ । ଲାଲୁ ବିହାର ଫେରିବା ପରେ ରାଜନୀତି ଏବେ ସରଗରମ ହୋଇଛି । ତାରପୁର ଓ କୁଶେଶ୍ବରସ୍ଥାନ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଆରଜେଡି ପକ୍ଷରୁ ଆୟୋଜିତ ସଭାରେ ଲାଲୁ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ଉପ-ନିର୍ବାଚନ ହେବ । ଉପନିର୍ବାଚନ ଜିତିବା ଲାଗି ଶାସକ ଓ ବିରୋଧୀ ଦଳ ଅଣ୍ଟା ଭିଡ଼ିଛନ୍ତି । ଆଜି ଆୟୋଜିତ ଦଳୀୟ ସଭାରେ ସାମିଲ ହୋଇ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ଲାଲୁ ଯାଦବ । ବିହାରରେ ବେରୋଜଗାରୀକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଲାଲୁ । ସେପଟେ ବିହାରରେ ଆରଜେଡି ସହ ମେଣ୍ଟ ପାଇଁ ଲାଲୁଙ୍କ ସହ ଫୋନରେ କଥା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବିହାର ରାଜନୀତିରେ ତେଜସ୍ବୀ ବିଜେପି ଓ ନୀତୀଶ କୁମାରଙ୍କୁ କଡ଼ା ଟକ୍କର ଦେଇଛନ୍ତି । ଯାହାକି ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.