Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଏହି ଅବସରରେ ସମଗ୍ର ବରଗଡ ସହରରେ ଉତ୍ସବମୁଖର ପରିବେଶ ଲାଗି ରହିଛି ।

ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଏଥିସହିତ ଜୀରାନଦୀ ଯମୁନାନଦୀ ଭାବେ ଏକପ୍ରକାର ଚଳଚଞ୍ଚଳ ହୋଇଉଠିଛି ।

ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତିରେ ଥରହର ହେଉଛି ମଥୁରାନଗରୀ । ଏହି ଯାତ୍ରାର ଚତୁର୍ଥ ଦିନରେ କଂସର ମନ୍ତ୍ରଣାରେ ପୁତନା, ବକାସୁର, ଆଦି ରାକ୍ଷସମାନେ ଗୋପପୁରକୁ ପ୍ରେରଣ ଦୃଶ୍ୟ ମଞ୍ଚସ୍ଥ ହୋଇଛି ।

ଆହୁରି ମଧ୍ୟ ଏହି ଯାତ୍ରା ଅବସରରେ ମହାରାଜା କଂସଙ୍କ ନଗର ଭ୍ରମଣର ଦୃଶ୍ୟ ବେଶ ମନୋରମ ରହିଥିଲା । ସେହିପରି ଗୋପପୁରରେ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଆରମ୍ଭ ହୋଇଥିବା ବେଳେ କୃଷ୍ଣମୟ ହୋଇପଡିଛି ଗୋପପୁର ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.