Latest Odisha News

BREAKING NEWS

ଆଜି ପବିତ୍ର ‘ମକର ସଂକ୍ରାନ୍ତି’, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି ।

ଆଜିଠାରୁ ଦିନ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ ଗଙ୍ଗାରେ ସ୍ନାନ କଲେ, ମୋକ୍ଷ ପ୍ରାପ୍ତି ଓ ଦାରିଦ୍ର‌୍ୟରୁ ମୁକ୍ତି ମିଳୁଥିବାର ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।

ପୌରାଣିକ କଥା ଅନୁସାରେ ଏହି ତିଥିରେ ପିତୃପୁରୁଷଙ୍କ ଆତ୍ମାର ସଦଗତି ପାଇଁ ପିଣ୍ଡଦାନର ପରମ୍ପରା ମଧ୍ୟ ପ୍ରଚଳିତ । ଆହୁରି ମଧ୍ୟ ମକର ସଂକ୍ରାନ୍ତି ଠାରୁ ଦିନ ବଡ ହୋଇ ରାତି କ୍ରମଶଃ ଛୋଟ ହୋଇଥାଏ ।

ଓଡିଆ ସଂସ୍କୁତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଥିବାବେଳେ ଭକ୍ତଙ୍କର ପ୍ରବଳ ଭିଡ ଲାଗି ରହିଛି ।

ଆଜି ଭୋରରୁ ବିଭିନ୍ନ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି । ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି ।

ଉତ୍ତର ଓଡିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ ପୋଙ୍ଗଲ, ପଂଜାବରେ ଲହରୀ , ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବରେ ଭାବରେ ପାଳନ କରାଯାଏ ।

Leave A Reply

Your email address will not be published.