Latest Odisha News

BREAKING NEWS

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୯ଜଣ ସେବାୟତଙ୍କୁ ପୁଣି ନୋଟିସ୍ ଜାରି

ପୁରୀ : କାରଣ ଦର୍ଶାଅ ନୋଟିସ୍ ଦେବାର ୨ମାସ ନପୂରୁଣୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁନର୍ବାର ୯ଜଣ ସେବାୟତଙ୍କୁ ନୋଟିସ୍ ଜାରି କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୨୦୧୬ ମସିହା ଜୁନ୍ ମାସରେ ଅନୁଷ୍ଠିତ ହୋଇଥିôବା ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଭ୍ରାଟ ଘଟିବା ନେଇ ଏହି ସେବାୟକମାନଙ୍କ ଠାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ସେମାନଙ୍କୁ ଜବାବ ରଖିବାକୁ ମହଲଦ ଦିଆଯାଇଥିଲା ।

ଏସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସେବାୟତ ମାନଙ୍କୁ ନର୍ଦ୍ଦେଶ ଦେଇଛନ୍ତି ଦିଆଯାଇଥିବା ଜବାବ ସନ୍ତୋଷ ଜଣକ ନୁହେଁ ଏବଂ ଏହାର ଜବାବ ଆଗାମୀ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ମହଲତ ରଖିଛନ୍ତି । ଯଦି ଏହାର ବ୍ୟତିକ୍ରମ ଘଟେ ତେବେ ଧାରା ୨୧(ବି) ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗଣମାଧ୍ୟମକୁ ସୂଚନାଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ସେବାୟତଙ୍କ ବ୍ୟତୀତ ଅନ୍ୟ ୮ ଜଣଙ୍କର ଜବାବ ସନ୍ତୋଷ ଜଣକ ନଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୬ ମସିହା ଜୁନ୍ ୧୫ ତାରିଖରେ ଶ୍ରୀଜୀଉ ମାନଙ୍କର ବ୍ରହ୍ମ ପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥିଲା । ଏହି ନୀତି ଦଇତାପତି ନଯୋଗର ସେବାୟତମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସେହିଦିନ ବ୍ରହ୍ମପରିବର୍ତ୍ତନ ନୀତିରେ ଅତ୍ୟଧିକ ବିଳମ୍ବ ଘଟିବା ଫଳରେ ସେବାୟତମାନଙ୍କୁ ଦୋଷାରୋପ କରାଯାଇଥିଲା । ଏହି ଘଟଣା ଓଡିଶା ସମେତ ସମଗ୍ର ଦେଶରେ ଥିବା ଭକ୍ତମାନଙ୍କୁ ବ୍ୟଥିତ କରିବା ସହ ଏହି ବିଭ୍ରାଟ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ମଧ୍ୟ ଦୋଷାରୋପ କରାଯାଇଥିଲା ।

ଏଥିରେ ସେବାୟତମାନଙ୍କ ସମ୍ପୃକ୍ତିକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିଲା ।

ପୂର୍ବତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଅଗଷ୍ଟ ୧୯, ୨୦୧୭ ମସିହାରେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ନଭେମ୍ବର ୧୪, ୨୦୧୮ ମସିହାରେ ୮ଜଣ ସେବାୟତଙ୍କ ସମେତ ଜଣେ ବରିଷ୍ଠ ମହାରଣାଙ୍କୁ ନୋଟିସ୍ ଜାରି କରିଥିଲା ।

ଏହି ନୋଟିସରେ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ବ୍ରହ୍ମ ପରିବର୍ତ୍ତନ ନୀତି ବେଳେ ପାରମ୍ପରିକ ରୀତିନୀତି ଅବଲମ୍ବନ ନକରିଥିବା ଦର୍ଶାଯାଇଥିଲା । ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ନୋଟିସରେ ଦର୍ଶାଯାଇଥିଲା ଯେ ଏହି ଗୁପ୍ତ ନୀତି ତଥା ବ୍ରହ୍ମ ଦର୍ଶନ କରିବାକୁ ୫ଜଣ ସେବାୟତଙ୍କୁ ବାଧ୍ୟ କରିଥିଲେ । ସେହି ୫ଜଣ ସେବାୟତ ହେଲେ- ବିଶ୍ୱନାଥ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ଦାସମହାପାତ୍ର, ନବକିଶୋର ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ର ଏବଂ କାଶୀନାଥ ଦାସମହାପାତ୍ର ପ୍ରମୁଖ ।

Leave A Reply

Your email address will not be published.