Latest Odisha News

ନବରାତ୍ରୀର ଚତୁର୍ଥ ଦିନ; କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମା’ ଦୁର୍ଗା 

ଭୁବନେଶ୍ୱର: ନଅଦିନ ବ୍ୟାପି ହେଉଥିବା ଏହି ନବରାତ୍ର ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ, ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ ।

ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି ।ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।

ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ଆଜି ଏହି ନବରାତ୍ର ପୂଜାର ଚତୁର୍ଥ ଦିନ। ଆଜି ମା’ କୁଷ୍ମାଣ୍ଡାଙ୍କ ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମାଆ ଦୁର୍ଗା।

ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି ।

Leave A Reply

Your email address will not be published.