ଭୁବନେଶ୍ୱର: ଅନଲାଇନରେ ଦୁଇଦିନ ଧରି ଚାଲିଥିବା ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂସ୍କରଣ ଉଦ୍ଯାପିତ ହୋଇଯାଇଅଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି ସାମାଜିକ ପରିବର୍ତନରେ ଗଣମାଧ୍ୟମ ସହ ବିଭିନ୍ନ ଯୋଗାଯୋଗ ମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଭାରତ ଭଳି ଦେଶରେ ଯେଉଁଠି ଯୋଗାଯୋଗ ଭିତିଭୂମିର ଅଭାବ ରହିଛି ସେଠି ସାମାଜିକ ପରିବର୍ତନ ଆଣିବାରେ ଅନେକ ସମସ୍ୟା ଉପୁଜିବ । କିନ୍ତୁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆରମ୍ଭ କଲେ ଏହା ସଫଳ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିପରି ମାଖନଲାଲ୍ ଚତୁର୍ବେଦୀ ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ କେ.ଜି. ସୁରେଶ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, କଲିକତା ସ୍ଥିତ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର, ବେଙ୍ଗଲୁର ବିଶ୍ୱବିଦ୍ୟାଳୟର ଡଃ ରବି ବି କେ, ଇଣ୍ଡିଆନା
ବିଶ୍ୱବିଦ୍ୟାଳୟ, କୋକମ୍ବ ର ପ୍ରଫେସର ଲାଲାତେନ୍ଦୁ ଅଚାର୍ଯ୍ୟ ପ୍ରମୁଖ ଯୋଗଦେଇ କୋଭିଡ ମହାମାରୀ ସମୟରେ ଯୋଗାଯୋଗ କ୍ଷେତ୍ରରେ ଆସିଥିବା ପରିବର୍ତନକୁ ଉପସ୍ଥାପନ କରିଥିଲେ । କଲିକତାସ୍ଥିତ ଗଣମାଧ୍ୟମ ପ୍ରଶିକ୍ଷିକା ଦେବବାଣୀ ମୁଖାର୍ଜୀ ଉଦ୍ଯାପନୀ ସଭାକୁ ପରିଚାଳନା କରିଥିଲେ ।
ଦିବସର ପ୍ରଥମ ଭାଗରେ ଗୋଟିଏ ପ୍ଲେନାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୋପାଳନ ରବିନ୍ଦ୍ରନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିପ୍ଲବଲୋହା ଚୌଧୁରୀ, ଗୌହାଟି ବିଶ୍ୱବିଦ୍ୟାଳୟର ପ୍ରଫେସର ଅଙ୍କୁରନ ଦତ, ହାଇଦରାବାଦ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କାଂଚନ କେ ମଲିକ, ଖ୍ୱାଜା ମଇନୁଦ୍ଦିନ ଚିସ୍ତି ବିଶ୍ୱବିଦ୍ୟାଳୟର ଡଃ ତନୁ ଡାଙ୍ଗ ପ୍ରମୁଖ ଯୋଗ ଦେଇ “ସାମାଜିକ ଚଳଣି
ଏବଂ ପକ୍ଷପୋଷଣ” ଓ “ସଭ୍ୟସମାଜ, ଗଣମାଧ୍ୟମ ଏବଂ ଖବରର ଭୂମିକା ଶୀର୍ଷକ” ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହାପରେ ସମ୍ମିଳନୀର ବିଭିନ୍ନ ସମାନ୍ତରାଳ ଅଧିବେଶନରେ ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ଗଣମାଧ୍ୟମ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ମନୋରଂଜନ ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.