Latest Odisha News

BREAKING NEWS

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କେମିତି ହେଲେ କମେଡି କ୍ବିନ୍ ?

ନିଜେ ହସିବା ସହ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ । ଏମିତିରେ ତ ଅନେକ ମହିଳା କମେଡିଆନ୍ ଅଛନ୍ତି, ହେଲେ କମେଡି କ୍ବିନର ତାଜ ପାଇଛନ୍ତି ଭାରତୀ । ଏହି କମେଡି କ୍ବିନଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଶନିବାର ମୁମ୍ବାଇ ସ୍ଥିତ ତାଙ୍କ ଘରେ ରେଡ୍ ପରେ ଗିରଫ କରିଥିଲା ଏନସିବି । ଚଢାଉ ବେଳେ ତାଙ୍କ ଘରୁ ୮୬. ୫ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା । ଭାରତୀଙ୍କ ସହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ମଧ୍ୟ ଏନସିବି ଗିରଫ କରିଛି ।

କିଏ ଏହି ଭାରତୀ ସିଂହ ? କେମିତି ହୋଇଗଲେ କମେଡି କ୍ବିନ୍ ? ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିବା ଭାରତୀ ପଞ୍ଜାବର ବାସିନ୍ଦା । ଅମୃତସରରେ ୩ ଜୁଲାଇ ୧୯୮୪ରେ ଜନ୍ମ ହୋଇଥିଲେ । ମାତ୍ର ୨ ବର୍ଷ ବୟସରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କ ମା’ଙ୍କ ବୟସ ଥିଲା ମାତ୍ର ୨୨ ବର୍ଷ । ବାପା ଥିଲେ ନେପାଳୀ ଓ ମା’ ଥିଲେ ପଞ୍ଜାବୀ । ଅତି ଗରିବ ସହ ତାଙ୍କ ପିଲା ଦିନ କଟିଛି । ଏନେଇ ସେ ଅନେକ ଥର ଇଣ୍ଟରଭ୍ୟୁରେ କହିଛନ୍ତି । ଜଣେ ସୁଟର ହେବା ପାଇଁ ଚାହୁଥିଲେ ଭାରତୀ । ସୁଟି ପାଇଁ ପୋଷାକ ଓ ଅନ୍ୟ ସାମଗ୍ରୀ ପାଇଁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ଥିଲା । ଏତେ ଟଙ୍କା ନଥିବାରୁ ସେ ସୁଟିଂ ଛାଡି ଦେଇଥିଲେ ।

ବିଭିନ୍ନ ଷ୍ଟେଜ ସୋରେ କମେଡି କରୁଥିଲେ ଭାରତୀ । ହେଲେ ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା ରିୟଲିଟି ସୋ ‘ଦ ଗ୍ରେଟ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ । ଏହିଠାରୁ ସେ ତାଙ୍କ କ୍ୟାରୟର ଆରମ୍ଭ କରିଥିଲେ । ସୋ’ର ସେକେଣ୍ଡ ରନର୍ସ ଅପ୍ ହୋଇଥିଲେ । ଏହା ପରେ ସେ କମେଡି ସର୍କସ-୩ କା ତଡକାରେ ଭାଗ ନେଇଥିଲେ । ପରେ ପାଖାପାଖି ସବୁ କମେଡି ସୋ’ରେ ଭାରତୀଙ୍କୁ ଦେଖିବାକୁ ମିଳିଥିଲା । କିଛି ରିୟଲିଟି ସୋ’ରେ ହୋଷ୍ଟ ଭୂମିକାରେ ମଧ୍ୟ ନଜର ଆସିଛନ୍ତି ଭାରତୀ । ୨୦୧୭ ମସିହାରେ ସେ ହର୍ଷ ଲିମ୍ବାଚିଆଙ୍କୁ ବିବାହ କରିଥିଲେ । ହର୍ଷ ଜଣେ ସ୍କ୍ରିପ୍ଟ ରାଇଟର, ପ୍ରଡ୍ୟୁସର ଓ ହୋଷ୍ଟ ।

୨୦୧୯ରେ ଫୋବର୍ସ ପତ୍ରିକା ଭାରତୀଙ୍କୁ ବିଶ୍ବର ସବୁଠୁ ଧନୀ ସେଲିବ୍ରିଟି ତାଲିକାର ୮୨ ତମ ସ୍ଥାନରେ ରଖିଥିଲା । ୨୦୧୯ରେ ଭାରତୀଙ୍କ ବାର୍ଷିକ ଇନକମ୍ ଥିଲା ୧୧ କୋଟି । ସେହିପରି ୨୦୧୮ ତାଙ୍କ ବାର୍ଷିକ ଇନକମ୍ ରହିଥିଲା ୧୪ କୋଟି ।

Leave A Reply

Your email address will not be published.