Latest Odisha News

BREAKING NEWS

୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି ।

ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ । ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ମାତ୍ର ୯୨ ରନରେ ଭାରତ ଅଲଆଉଟ ହୋଇଥିଲା ।

ନ୍ୟୁଜିଲାଣ୍ଡ ୧୪.୪ ଓଭରରେ ମାତ୍ର ୨ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ୯୩ ରନ କରିପାରିଛି । ଦଳ ପକ୍ଷରୁ ଟେଲର୍ ୩୭ ରନ ଏବଂ ନିକୋଲସ ୩୦ ରନ କରିଥିବା ବେଳେ ଗୁପ୍ତିଲ୍ ୧୪ ଏବଂ ୱିଲିୟମସନ ୧୧ ରନ କରିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି ୱିକେଟ ହାସଲ କରିଛନ୍ତି ।

ଏହି ଦିନିକିଆରେ ସୁନ୍ଦର ବୋଲିଂ ପ୍ରଦର୍ଶନ କରିପାରିଥିବାରୁ କିୱି ବୋଲର୍ ଟ୍ରେଣ୍ଟ୍ ବୋଲ୍ଟଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି ।

୫ମ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍ ଫେବୃଆରୀ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଭାରତ ଏହି ଶୃଙ୍ଖଳାରେ ୩-୧ ବ୍ୟବଧାନରେ ଅଗ୍ରଣୀ ଲାଭ କରିପାରିଛି ।

Leave A Reply

Your email address will not be published.