Latest Odisha News

ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ବିଜେଡ଼ି ନେତାଙ୍କୁ ପୁଣି ସିବିଆଇ କରିବ ନୋଟିସ୍

ଭୁବନେଶ୍ୱର : ସିସୋର ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇ ପୁଣିଥରେ ବିଜେଡିର ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ୍ କରିବ ।

ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାନୁଆରୀ ୨୮ ଓ ୩୦ ତାରିଖ ଦିନ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟଠାରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ସେମାନେ ହାଜର ହୋଇନଥିବାରୁ ଉଭୟଙ୍କୁ ପୁଣି ଥରେ ନୋଟିସ୍ କରାଯିବ।

ତେବେ ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ୨୮ ତାରିଖ ଦିନ ହାଜର ହେବାର ତାରିଖ ଧାର‌୍ୟ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟରେ ହାଜର ହୋଇପାରିନଥିଲେ । ଅନ୍ୟପକ୍ଷରେ ଅନ୍ୟ ଜଣେ ନେତା ଜାନୁଆରୀ ୩୦ ତାରିଖ ଦିନ ହାଜର ହେବାକୁ ନୋଟିସ ଜାରି ହୋଇଥିଲା ।

ଆହୁରି ମଧ୍ୟ ସେ କହିଛନ୍ତି ଉଭୟ ନେତା ସିବିଆଇ କାର୍ଯ୍ୟାଳୟରେ ହାଜର ନହେବା ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନହାନ୍ତି । ଫଳରେ ସେମାନଙ୍କୁ ପୁଣିଥରେ ନୋଟିସ ଜାରି କରାଯିବ ।

Leave A Reply

Your email address will not be published.