Latest Odisha News

BREAKING NEWS

ବାଲେଶ୍ୱରରେ ଯୁବକଙ୍କୁ ଗୁଳିମାଡ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାସ୍ଥିତ କଣ୍ଟାବଣିଆ ଗ୍ରାମ ନିକଟରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଆହତ ଯୁବକଙ୍କ ନାମ ବିରଞ୍ଚି ଦାସ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ବିରଞ୍ଚି ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଅଚାନକ ୨ ଦୁର୍ବୃତ୍ତ ତାଙ୍କୁ ବାଇକ୍ ଗୁଳିମାଡ଼ କରିଥିଲେ। ତାଙ୍କ ପିଠିରେ ଗୁଳି ବାଜିଥିବା ନେଇ ଜଣାପଡ଼ିଛି। ଆହୁରି ମଧ୍ୟ ସେ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.