Latest Odisha News

BREAKING NEWS

ଭୁବନେଶ୍ୱରରେ ରହିଛି ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ୫.୧ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ ରହିଛି । ଏବେ ଏଠାରେ ସ୍ଥିତି ଭଲ ରହିଥିବା ବେଳେ ଆଗାମୀ ଦିନରେ ରିସ୍କ ବଢିବାର ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସୂଚନାନୁଯାୟୀ, ଏଯାବତ୍ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୫୦୦ରୁ ୧୬୦୦ କମ୍ୟୁନିଟି ସାମ୍ପଲ ସଂଗ୍ରହ କରାଯାଇଛି ।

ତେବେ ପ୍ରଥମ ସର୍ଭେରେ ସହରବାସୀଙ୍କ ମଧ୍ୟରେ ପ୍ରାୟ ୧.୪ ପ୍ରତିଶତ ଆଣ୍ଟିବଡି ପ୍ରିଭେଲାନ୍ସ ଥିବା ଜଣାପଡିଥିଲା ।

ଏହାବ୍ୟତିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମକୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ସହ କୋଭିଡ ଗାଇଡଲାଇନ୍ ଆଦି ନିୟମ ମାନିବାକୁ ପଡିବ ।

Leave A Reply

Your email address will not be published.