Latest Odisha News

BREAKING NEWS

କୌନ ବନେଗା କରୋଡପତି ଓ ଇଣ୍ଡିଆସ୍ ବେଷ୍ଟ ଡାନ୍ସର ସେଟ୍‌ରେ କରୋନା ଚଡକ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର । ତଥାପି ଭାରତରେ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ କଟକଣା ଭିତରେ ଆରମ୍ଭ ହୋଇଛି ଫିଲ୍ମ ଓ ଟିଭି ସୋ’ର ସୁଟିଂ । ତଥାପି କରୋନାଠୁ କେହି ବର୍ତ୍ତିପାରୁନାହାନ୍ତି । “କୌନ ବନେଗା କରୋଡପତି” ଓ “ଇଣ୍ଡିଆସ୍ ବେଷ୍ଟ ଡାନ୍ସର” ଭଳି ସୋ’ର କ୍ର୍ରିିଉ ମେମ୍ବର କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି ।

ଏବିପି ନ୍ୟୁଜ ଅନୁଯାୟୀ ଅମିତାଭ ବଚ୍ଚନଙ୍କ କେବିସିରେ ୨ଜଣ କ୍ରିଉଙ୍କ ଟେଷ୍ଟ ପଜିଟିଭ ବାହାରିଛି । ଅନ୍ୟପଟେ “ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍” ଭଳି ସୋ’ର ୭ ରୁ ୮ଜଣ କ୍ରିଉ କରୋନାଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପୂର୍ବରୁ “କସୌଟି ଜିନ୍ଦଗୀ କେ”ର ପାର୍ଥ ସମ୍‌ଥାନ୍ ଓ “ୟେ ରିସ୍ତା କ୍ୟା କେହଲାତା ହୈ” ର ସଚ୍ଚିନ ଜୋଶୀଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା ।

ମାତ୍ର ମାସକ ତଳେ ବିଗ୍ ବି କରୋନାରୁ ମୁକ୍ତି ପାଇ କେବିସି ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏପରି ସ୍ଥିତିରେ ସୁଟିଂ ସେଟ୍ ତାଙ୍କ ପାଇଁ କେତେଦୂର ସୁରକ୍ଷିତ ତାହା ଆକଳନ କରିବା କଷ୍ଟକର ।

Leave A Reply

Your email address will not be published.