Latest Odisha News

BREAKING NEWS

ଆପ୍ସ ବ୍ୟାନ ଚୀନକୁ କନ୍ଦାଇବ, ୧,୪୬,୬୦୦ କୋଟି ଆର୍ଥିକ କ୍ଷତି ହେବ

ନୂଆଦିଲ୍ଲୀ:ଭାରତ ସହ ଶତ୍ରୁତା ଚୀନ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ଏବେ ପବଜୀ ସମେତ ଅନେକ ଚାଇନିଜ୍ ଆପ୍ସ ବ୍ୟାନ କରାଯିବା ଫଳରେ ଚୀନ ୧,୪୬,୬୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି ।  ଏହି ଚାଇନିଜ୍ ଆପ୍ସ ଭାରତୀୟଙ୍କଠାରୁ ପ୍ରାୟ ୨୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧,୪୬,୬୦୦ କୋଟି ଟଙ୍କାର ବାର୍ଷିକ ଆୟ କରୁଥିଲେ । କେବଳ ଗୋଟିଏ ଆପ୍ ପବଜୀ ବନ୍ଦ ହେବା ଯୋଗୁଁ ଚାଇନିଜ୍ କମ୍ପାନୀ ୧୦୦ ମିଲିୟନ୍ ଡଲାର କ୍ଷତି ସହିବ ।

BjdElectrycity

ପବଜୀ ଭାରତୀୟ ୟୁଜର୍ସଙ୍କଠାରୁ ୮୦ରୁ ୧୦୦ ମିଲିୟନ୍ ଡଲାର ବାର୍ଷିକ ଆୟ କରୁଥିଲା । ତେବେ ଏହି ରାଜସ୍ୱ ଆକ୍ଟିଭ୍ ୟୁଜର୍ସଙ୍କ ଉପରେ ନିର୍ଭର କରେ । ଇଣ୍ଡଷ୍ଟ୍ରୀର ସୂଚନା ଅନୁସାରେ ପବଜୀରେ ଭାରତୀୟ ୟୁଜର୍ସଙ୍କ ଭାଗିଦାରୀ ୫ ପ୍ରତିଶତରୁ ମଧ୍ୟ କମ୍ ଥିଲା ।  ଆମେରିକା, ଜାପାନ, ଚୀନ୍ ଓ ସାଉଥ୍ କୋରିଆ ତୁଳନାରେ ଭାରତରେ ଗେମିଂରୁ ରେଭିନ୍ୟୁ ବହୁତ କମ୍ । ଗେମିଂ ରେଭିନ୍ୟୁରେ ଭାରତ ଶୀର୍ଷ ୧୦ ଦେଶ ଭିତରେ ଆସେନି । କିନ୍ତୁ କାନାଡା, ଇଟଲୀ ଓ ସ୍ପେନରେ ୩୦-୫୦ ମିଲିୟନ୍ ୟୁଜର୍ସ ପ୍ରାୟ ୨.୬ ବିଲିୟନ୍ ଡଲାର୍ ଆୟ କରନ୍ତି । ଭାରତର ପ୍ରାୟ ୩୦୦ ମିଲିୟନ୍ ଅନଲାଇନ୍ ଗେମ ଖେଳୁଥିବା ଲୋକଙ୍କ ମଧ୍ୟରେ ୮୫ ପ୍ରତିଶତ ମୋବାଇଲ୍ ଗେମର୍ସ ଅଟନ୍ତି ।

Leave A Reply

Your email address will not be published.