Latest Odisha News

BREAKING NEWS

ରାଜ୍ୟରେ ଭୂକମ୍ପ ଝଟକା, ଥରିଲା ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ ଭୂକମ୍ପ ଝଟକା। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଛି।

ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍‌କା ଅନୁଭୁତ ହୋଇଛି। ପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପ ହୋଇଛି। ଉପକୂଳ ଓଡ଼ିଶା ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

୨ରୁ ୩ ସେକେଣ୍ଡ ଯାଏଁ ପ୍ରଭାବ ଅନୁଭୂତ ହୋଇଥିଲା। ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ଓଡ଼ିଶାର ପୂର୍ବ ଉପକୂଳର ୯୧ କିମି ସମୁଦ୍ର ଭିତରେ କେନ୍ଦ୍ରସ୍ଥଳ ରହିଛି। ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Comments are closed.