ମାଲକାନଗିରି: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଡପି ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ପୁଲସାମ ପଦ୍ମା ହେଉଛନ୍ତି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଟୁପାକୁଲାଗେଡେମ ଗ୍ରାମର । ସେ କେନ୍ଦ୍ରୀୟ କମିଟି ସଦସ୍ୟ ସ୍ବର୍ଗତଃ କାଟାକାମ ସୁଦର୍ଶନ ଓରଫ ଆନନ୍ଦଙ୍କର ପତ୍ନୀ । ଟୁପାକୁଲାଗେଡେମ ଅଞ୍ଚଳ ସମ୍ପୂର୍ଣ୍ଣ ମାଓ ପ୍ରବଣ ଥିବା ବେଳେ ମାଓବାଦୀ ଲଗାତାର ଏହି ଗ୍ରାମ ମାନଙ୍କରେ ବୈଠକ କରି ସରକାରଙ୍କ ବିରୋଧରେ ଲୋକଙ୍କୁ ମତାଉଥିଲେ ।
ମାଓ ସଂଗଠନରେ ଏବେ ବୟସ୍କମାନଙ୍କୁ ବହୁ ହଇରାଣ କରାଯାଉଥିବା ପୋଲିସ ଆଗରେ କହିଛନ୍ତି ପୁଲସାମା ପଦ୍ମା । ସେ ମଧ୍ୟ ବୟସର ଅପରାହ୍ନରେ ପହଞ୍ଚି ବହୁ କଷ୍ଟ ଭୋଗୁଥିବା କହିଛନ୍ତି । ସେ ପୁଲିସ ନିକଟରେ ଆତ୍ମସମର୍ପଣ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ପ୍ରଦାନ କରିଛନ୍ତି । ପୁଲିସ ଆଗାମୀ ଦିନରେ ତାଙ୍କୁ ଥଇଥାନ କରିବ ବୋଲି କହିଛି ।
Comments are closed.