Latest Odisha News

BREAKING NEWS

କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ସମ୍ପୃକ୍ତି ନେଇ ୫ ଗିରଫ

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଯାତନା ଘଟଣାରେ ସମ୍ପୃକ୍ତି ନେଇ ୫ ଗିରଫ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗାଁର କିଛି ଲୋକ ୫ ଜଣଙ୍କୁ ମାଡ ମାରିବା ସହ ବିଷ୍ଟା ଖୁଆଇଥିଲେ ।ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀ ଗାଁରେ ଗୁଣି ଗାରେଡି ସନ୍ଦେହରେ ୪ ଜଣଙ୍କୁ ଅମାନବୀୟ ନିର୍ଯାତନା ଦିଆଯାଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିନଥିବାରୁ ଭୟରେ ନିର୍ଯାତିତମାନେ ଗାଁକୁ ନଯାଇ ଜଙ୍ଗଲରେ ବୁଲୁଥିଲେ ।

ଚଢେୟାପଲ୍ଲୀ ଗଁ।ରେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ବୋହୂଙ୍କ ଦେହରେ ମଙ୍ଗଳା ଠାକୁର ଉଭା ହୋଇ ଗଁ।ର ସୋଷ ନାୟକ, ସୁନନ୍ଦ ନାୟକ, ବିଦ୍ୟା ନାୟକ, ଭରତ ନାୟକ ଏବଂ ବିଘ୍ନରାଜ ସେଠୀ ଗୁଣିବିଦ୍ୟା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ ।

Leave A Reply

Your email address will not be published.