Latest Odisha News

BREAKING NEWS

ଘରର ବିଭିନ୍ନ ସ୍ଥାନରୁ ୧୦ କୋଟିର ବ୍ରାଉନସୁଗର ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବରରେ ଥମୁନି ଧଳା ଜହର କାରବାର । ଗୋପାଳ ଗାଓଁ ଘରେ ବ୍ରାଉନ ସୁଗର କାରବାର ହେଉଥିବା ଖବରପାଇ ଚଢ଼ଉ କରିଥିଲା ପୋଲିସ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଥାନା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ବ୍ରାଉନ ସୁଗର ଜବତ କରିଛି ।

ଚଢାଉ ବେଳେ ଘରର ବିଭିନ୍ନ ସ୍ଥାନରୁ ମିଳିଛି ପୁଳା ପୁଳା ବ୍ରାଉନ ସୁଗର। ଫ୍ରିଜ୍ ଓ ୱାସିଂମେସିନ୍ ଭିତରୁ ମିଳିଛି ପ୍ରାୟ ୧୦ କେଜିରୁ ଅଧିକ ବ୍ରାଉନ ସୁଗର । ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କା ହେବ ।

ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଏସକେ ଅସଗର ଓ ହମିଦା ବିବି । ବ୍ରାଉନସୁଗର ସିଜ୍ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ଏମାନେ ସକ୍ରିୟ ଭାବେ ବ୍ରାଉନସୁଗର କାରବାରରେ ସଂପୃକ୍ତ ଥିବା ପୋଲିସ କହିଛି। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୬୨ ହଜାର ଟଙ୍କା, ୧୧ ଟି ATM, ପ୍ୟାନ କାର୍ଡ, ଆଧାରକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ ହୋଇଛି । ଗୋଟିଏ ସ୍କୁଟି, ୬ ଟି ଫୋନ୍, ୨ଟି ଓଜନ ମେସିନ୍ ସହ ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.