ଗାଜିଆବାଦ: ଦୁଇ ଝିଅଙ୍କ ସାମ୍ନା ଜଣେ ସାମ୍ବାଦିକଙ୍କୁ ଗୁଳିମାଡ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।
ଗତକାଲି ବିଜୟ ନଗର ଅଂଚଳରେ ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ତାଙ୍କ ସାମ୍ନାରେ ପାଞ୍ଚ ଜଣ ବ୍ୟକ୍ତି ପହଞ୍ଚି ରାସ୍ତା ଅବରୋଧ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ବିକ୍ରମ ଗୁରୁତର ହୋଇପଡିଥିଲେ । ଘଟଣା ସ୍ଥଳରୁ ଆକ୍ରମଣକାରୀମାନେ ଚାଲିଯିବା ପରେ ଦୁଇ ଝିଅ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସୂଚନାଯୋଗ୍ୟ ଯେ, ସାମ୍ବାଦିକ ବିକ୍ରମ ଭାଣେଜିକୁ କିଛି ଯୁବକ ଖରାପ ବ୍ୟବହାର କରିଥିଲେ । ଏ ନେଇ ବିକ୍ରମ ଥାନାରେ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।
Comments are closed.