Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି ।

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୩୭ ଜଣ ଅଛନ୍ତି । ସେହିପରି କଟକର ୫୮, ଖୋର୍ଦ୍ଧାର ୪୬, କୋରାପୁଟର ୪୧, ଯାଜପୁରର ୩୭, କେଉଁଝରର ୧୪, କେନ୍ଦ୍ରାପଡାର ୧୦, ମୟୂରଭଞ୍ଜର ୯, ନୟାଗଡର ୭, ସୁନ୍ଦରଗଡର ୭ ଓ ବରଗଡର ୫ ରହିଛନ୍ତି।

ସେହିପରି ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧର ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରର ଜଣେ ଲେଖାଏଁ ସୁସ ହୋଇ ହସ୍ପିଟାଲରୁ ଡସଚାର୍ଜ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

Leave A Reply

Your email address will not be published.