ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗ ଆସିବା ପରେ ଏହି ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଜାମିନ୍ ନାମଞ୍ଜୁର ପରେ ୫ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍ ପଠାଗଲା । ଅମରେଶ ଜେନାଙ୍କ ନାଁରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଧର୍ଷଣ, ଗର୍ଭପାତ ଏବଂ ଧମକର ମାମଲା ରୁଜୁ ହୋଇଛି, ଯେଉଁଥିରେ ସେ ବାହାନାରେ ନାବାଳିକା ଅବସ୍ଥାରୁ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରୁଜୁ ହୋଇଛି ।
ଅଭିଯୋଗକାରିଣୀ କହିଛନ୍ତି ଯେ, ୨୦୨୩ ଜୁନରେ ରଜ ପର୍ବ ସମୟରେ ସେ ପ୍ରଥମେ ଅମରେଶଙ୍କୁ ଭେଟିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ସେପ୍ଟେମ୍ବରରୁ ଅମରେଶ ବାହାନାରେ ତାଙ୍କୁ ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ, ଯେତେବେଳେ ସେ ନାବାଳିକା ଥିଲେ ।
ଫେବୃଆରୀ ୨୦୨୪ରେ ସେ ଦୁଇ ମାସର ଗର୍ଭବତୀ ହୋଇଥିବା ବେଳେ ଅମରେଶ ତାଙ୍କୁ ଗର୍ଭପାତ କରାଇଥିଲେ । ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପ୍ରିଲରୁ ସେ ତାଙ୍କୁ ଏଡ଼ାଇବା ଆରମ୍ଭ କରିଥିଲେ ।
ବାହା ପାଇଁ ଚାପ ଦେବାରୁ ଅମରେଶ ତାଙ୍କୁ ଧମକ ଦେଇଥିଲେ । ସେ କହିଥିଲେ ଯେ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ । ବୁଧବାର ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମାମଲା ରୁଜୁ କରିଛି । ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ଅମରେଶଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।
Comments are closed.