Latest Odisha News

BREAKING NEWS

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ ଯାଉଥିଲା  । କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା ।

ଫଳରେ ଏହି ଦୁର୍ଘଟଣାରେ ୫ ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଟ୍ରକଟି ପାଲଲହଡାରୁ କେନ୍ଦୁଝର ଆଡକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି ।ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ତେଲକୋଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । କର୍ମଚାରୀ ମାନେ ଆସି ପହଞ୍ଚି ଗୋରୁ ମାନଙ୍କୁ ଟ୍ରକ ମଧ୍ୟରୁ ଉଦ୍ଧାର କରିଥିଲେ । ସେପଟେ ଦୁର୍ଘଟଣାପରେ ଟ୍ରକ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛି । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.