Latest Odisha News

ଶିଶୁ କବିତା : ଆମରି କଥା

ତରୁଣ କୁମାର ମିଶ୍ର

ଆମେ ସବୁ ଏ ଦେଶର
ଟିକି ଟିକି ତାରକା ,
ଅଜ୍ଞାନର ଅନ୍ଧକାରେ
ଆଲୋକର ବର୍ତ୍ତିକା ।

ଜାତି ଭାଷା ବିଭେଦତା
ନାହିଁ ଆମ ମନରେ ,
ମାନବତା ଆମ ଜାତି
ଆମେ ଭାରତୀୟରେ ।

ଆମ ମନ ବଗିଚାରେ
ଭଳି ଭଳି କୁସୁମ ,
ବାସନାରେ ଚହଟଇ
ଗୁଣ ମଧ୍ଯ ଅସୀମ ।

ଅହିଂସା ଆମର ମନ୍ତ୍ର
ସତ୍ଯ ଶାନ୍ତି ପଥିକ ,
ସେବା ଦିଏ ବୃକ୍ଷ ଛାୟା
ଫଳ ଫଳେ ଅମୃତ ।

ପ୍ରଗତିର ଧାରା ଏଥେ
ନଦୀ ନୀରେ ବହଇ ,
ଜନନୀର ସୁଧା ବାରି
ମା ଧରଣୀ ଦିଅଇ ।

ତମାମ ବିଶ୍ବ ଅଟଇ
ଆମର ପରିବାର ,
ପରସ୍ପର ମଧ୍ଯେ ସ୍ନେହ
ଶ୍ରଦ୍ଧା ଆମ ଅପାର ।

ଖାଦ୍ଯ ବାସ ବସ୍ତ୍ର ପାଇଁ
ଆହ୍ବାନ ଯେ ଆମରି ,
ସମସ୍ତଙ୍କୁ ଯୋଗାଇବା
ଭେଦ ଭାବ ପାଶୋରି ।

ମହାମାରୀ ହିଂସା ଲୁଟ
ଠକାମୀ ଓ ଶୋଷଣ ,
ଦୂର କରିବାକୁ ଚେଷ୍ଟା
ଆମ ପାଇଁ ଆହ୍ବାନ ।

ପରିବେଶ ରକ୍ଷା ପାଇଁ
ଗଛ ଆମେ ଲଗାଉ ,
ପଶୁ ପକ୍ଷୀ ସଙ୍ଗେ ମିତ୍ର
ସ୍ଥାପନ କରିଥାଉ ।

ଜହ୍ନ ରାଇଜରେ ଆମ
ଚାନ୍ଦ୍ରାୟଣ ତୃତୀୟ ,
ପହଁଞ୍ଚି ଦେଇଛି ବାର୍ତ୍ତା
ଜହ୍ନ ଆମ ଆତ୍ମୀୟ ।

ମାଆ ଧରଣୀର ଭାଇ
ମାମୁଁ ଆମ ସବୁରି ,
ହସି ହସାଇବ ଧରା
ପାଶେ ଥିବ ଆମରି ।

ଖଣ୍ଡଗିରି ,ଭୁବନେଶ୍ବର

Leave A Reply

Your email address will not be published.