ଭୁବନେଶ୍ୱର: ଏବେ ନିର୍ବାଚନ ମାହୋଲ ଥିବାବେଳେ ଚାରିଆଡେ ପଇଁତରା ମାରୁଛି ପୋଲିସ । ଯାଞ୍ଚ ପ୍ରକ୍ରିୟା ମଧ୍ୟ କଡାକଡି ରହିଛି । ଏହାରି ଭିତରେ ମୋଟା ରକମର ଟଙ୍କା ଜବତ ହୋଇଛି । ତାହା ପୁଣି ରାଜ୍ୟର ରାଜଧାନୀରୁ । ଆଜି ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏକ କାର୍ ରୁ ୫ କୋଟି ଟଙ୍କା ଜବତ ହୋଇଛି ।
ଏହି ଟଙ୍କା ଭର୍ତ୍ତି କାର୍ଟି ଯାଜପୁର ଜିଲ୍ଲାର ଜଣେ କଣ୍ଟ୍ରାକ୍ଟରଙ୍କର ବୋଲି ଜଣା ପଡିଛି । ଉକ୍ତ କଣ୍ଟ୍ରାକ୍ଟରଙ୍କ ନା ନିହାର ରଞ୍ଜନ । ତେବେ ସେ ଏତେ ଟଙ୍କା ନେଇ କେଉଁଆଡେ ଯାଉଥିଲେ ବୋଲି ପଚାରିବାରୁ ସନ୍ତୋଷ ଜନକ ଉତ୍ତର ନଦେଇ ପାରି ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ଆୟକର ବିଭାଗ ଟଙ୍କା ଓ କାର୍କୁ ଜବତ କରି ପଚରାଉଚରା ଜାରି ରଖିଛି ।
ଅନ୍ୟପଟେ ନିହାର ରଞ୍ଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି ।
Comments are closed.