Latest Odisha News

BREAKING NEWS

ବିବାହ ଭୋଜିରେ ଫାଟିଲା ଗ୍ୟାସ୍‌ ଟାଙ୍କି, ୫ ମୃତ ୬୦ ଆହତ

ରାଜସ୍ଥାନ : ଯୋଧପୁରରେ ବଡ଼ ଧରଣର ଅଘଟଣ । ବରଯାତ୍ରୀ ଯିବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡରର ବିସ୍ଫୋରଣ ଘଟିଲା । ଖୁସିର ମାହୋଲରେ ଲାଗିଗଲା ନିଆଁ  । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଭୁଙ୍ଗରା ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ଥିଲା । ବାହାଘରକୁ ନେଇ ପରିବାର ଲୋକ ବହୁତ ଖୁସି ଥିଲେ  । ହେଲେ ଏହି ହସଖୁସିର ପରିବେଶ ହଠାତ୍‌ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା। ବର ପକ୍ଷଙ୍କ ଘରେ ଅତିଥିଙ୍କ ପାଇଁ ଭୋଜି ପ୍ରସ୍ତୁତ ଚାଲିଥିବା ବେଳେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ବିସ୍ଫୋରଣ ଘଟିଥିଲା। ୬୦ ଜଣକ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜିଲ୍ଲାପାଳ ହିମାଶୁଂ ଗୁପ୍ତା ସୂଚନା ଦେଇଛନ୍ତି  ।

 

Leave A Reply

Your email address will not be published.