Latest Odisha News

BREAKING NEWS

ଆମେରିକାରୁ ମିଳିଲା ତାମିଲନାଡୁରୁ ଚୋରୀ ହୋଇଥିବା କୃଷ୍ଣଙ୍କ ମୂର୍ତ୍ତି

ମାଡ୍ରାସ: ତାମିଲନାଡୁର ରାମେଶ୍ୱରମ କେ ଶ୍ରୀ ଏକନାଥ ରାମସ୍ୱାମୀ ମନ୍ଦିରରୁ ଚୋରୀ ହୋଇଥିବା କୃଷ୍ଣ ଭଗବାନଙ୍କ ମୂର୍ତି ଆମେରିକାର ଏକ ମ୍ୟୁଜିୟମରୁ ଉଦ୍ଧାର କରାଯାଇଛି । ୧୯୬୬ରେ ଏହି ଚୋରୀ ହୋଇଥିଲା । ନୃତ୍ୟ କରୁଥିବା କୃଷ୍ଣ ଭଗବାନଙ୍କ ଏହି ମୂର୍ତି ଚୋଳ ବଂଶ ରାଜୁତିର ବୋଲି ଅନୁମାନ କରାଯାଉଛି । ସିଆଇଡି ଏହି ଘଟଣାର ତଦନ୍ତ କରୁଥିଲା । ଆମେରିକାର ଇଣ୍ଡିଆନାପୋଲିସ ମ୍ୟୁଜିୟମ ଅଫ ଆର୍ଟରେ ଏହି ରଖା ଯାଇଥିଲା । ଆମେରିକା ସରକାରଙ୍କୁ ଏହି ମୂର୍ତି ଫେରାଇବା ପାଇଁ ଅନୁରୋଧ କରାଯାଇଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ।

ମନ୍ଦିର ନିକଟରେ ମୂର୍ତିର କୌଣସି ଚିତ୍ର ନ ଥିବାରୁ ଏହାକୁ ଖୋଜିବାରେ ସିବିଆଇକୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ବିଭିନ୍ନ ଦେଶରେ ଥିବା ମ୍ୟୁଜିୟମରେ ଏହାକୁ ଖୋଜା ଯାଇଥିଲା । ଇଣ୍ଡିଆନାପୋଲିସ ମ୍ୟୁଜିୟମ ୱେବସାଇଟରେ ଏହାର ଫଟୋ ଦେଖିବା ପରେ ୨ଟି ବିଷ୍ଣୁ ଭଗବାନଙ୍କ ମୂର୍ତି, ୨ଟି ଭୂଦେବୀ ଓ ଗୋଟିଏ ଶ୍ରୀଦେବର ମୂର୍ତି ରହିଥିଲା ।

Leave A Reply

Your email address will not be published.