Latest Odisha News

BREAKING NEWS

ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ: ଗଲାଣି ୧୦ ଜଣଙ୍କ ଜୀବନ, ଭେଣ୍ଟିଲେଟର୍‌ରେ ୧୩ ଜଣ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ରାଜଧାନୀ ଦିଲ୍ଲୀ । ଅନେକ ଲୋକ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୦ ଜଣଙ୍କ ଜୀବନ ଗଲାଣି । ଦିଲ୍ଲୀରେ ଜଳ ସଙ୍କଟ ଲାଗି ରହିଥିବାବେଳେ ଏବେ ପୁଣିଥରେ ଖରାର ପ୍ରଭାବ ବଢ଼ିଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।

ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ସରକାରୀ ଡାକ୍ତରଖାନାକୁ ଅଂଶୁଘାତର ଶିକାର ହୋଇଥିବା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସମସ୍ତ କେନ୍ଦ୍ର ପରିଚାଳିତ ସରକାରୀ ଡାକ୍ତରଖାନାଗୁଡ଼ିକର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହାଛଡା ସ୍ଵତନ୍ତ୍ର ଭାବରେ ଅଂଶୁଘାତ ବିଭାଗରେ ଲୋକମାନଙ୍କର କିପରି ଭାବେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦ ଜଣ ଲୋକ ଅଂଶୁଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ଆରଏମଏଲ ହସ୍ପିଟାଲର ଡାକ୍ତର ସୀମା ବାଲକ୍ରିଷ୍ଣା ୱାସନିକ ଏବଂ ଡାକ୍ତର ଅଜୟ ଶୁକ୍ଲାଙ୍କ କହିବା ଅନୁସାରେ, ମୋଟ ୨୨ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିମଧ୍ୟରୁ ୫ ଜଣଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୩ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ନୋଏଡାଠାରେ ସନ୍ଦେହଜନକ ସ୍ଥିତିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରି ଜଣେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସୁବା ପରେ ସେମାନଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହେବ ।

Comments are closed.