Latest Odisha News

ରାୟଗଡା: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ରାୟଗଡା : ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ପାଇକ ସାହିରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଗାଁରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସିରହିବାରୁ ଶ୍ୱାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ କାମ ଚାଲିଥିବା ସମୟରେ ଜଣେ ଶ୍ରମିକ ଏହି ଟାଙ୍କି ଭିତରେ ପଡିଯାଇଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟମାନେ ମଧ୍ୟ ପାଇଖାନା ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ କେହି ବି ବାହାରି ପାରିନଥିଲେ ।

ତେବେ ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମେଡିକାଲରେ ଡାକ୍ତର ସମସ୍ତ ୫ଜଣଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.