Latest Odisha News

BREAKING NEWS

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଲାଗି ପୁରୀ ଓ ଭୁବନେଶ୍ୱର ଉତ୍ସବମୁଖର

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିବସକୁ ସ୍ମରଣ କରି ହିନ୍ଦୁ ଧର୍ମାବଲମ୍ବୀମାନେ ‘ଜନ୍ମାଷ୍ଟମୀ’ ପାଳନ କରିଥାନ୍ତି ।

ହିନ୍ଦୁ ପଞ୍ଜିକାନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଆଜିର ଏହି ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନଟି କୃଷ୍ଣପକ୍ଷ ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ପଡ଼ିଥାଏ ।

ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଥାଏ । ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀରେ ରାସଲୀଳା ଉତ୍ସବ, ଝାକି ସଜ୍ଜା, ଉପବାସ, ଜାଗ୍ରଣ ତଥା ଦହି ହାଣ୍ଡି ଭଙ୍ଗା ପରି ଅନେକ ଧର୍ମୀୟ କାର୍ଯ୍ୟକ୍ରମମାନ ଶ୍ରଦ୍ଧାଳୁମାନେ ଆୟୋଜନ କରିଥାନ୍ତି ।

ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ହେଲେ ଶ୍ରୀକୃଷ୍ଣ । ତେବେ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳରେ ରବିବାର ଜନ୍ମାଷ୍ଟମୀ ପାଳିତ ହେଉଥିବା ବେଳେ ସୋମବାର ଦିନ ଅଷ୍ଟମୀ ତିଥି ପଡୁଥିବାରୁ ବୈଷ୍ଣବମତେ ଓଡ଼ିଶାରେ ସୋମବାର ଦିନ ଜନ୍ମାଷ୍ଟମୀ ପାଳିତ ହେବ । ତେବେ ରବିବାର ଦିନ କିଛି ସ୍ଥାନରେ ଜନ୍ମାଷ୍ଟମୀ ପାଳିତ ହେଉଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ସୋମବାର ଦିନ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ ପୁରୀରେ ଥିବା ଅନେକ ମନ୍ଦିର ଓ ମଠ ଜାକଜମକ ଭାବେ ସଜ୍ଜିତ ହୋଇଛି ।

ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ୍ଙ୍କର ସମାଗମ ହେବାରେ ଲାଗିଛି । ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିବା ସହିତ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ଜନ୍ମାଷ୍ଟମୀ ଶ୍ରୀମନ୍ଦିରରେ ରବିବାର ଦିନ ବିଶେଷ ନୀତିକାନ୍ତିର ସହିତ ପାରମ୍ପରିକ ଭାବେ ପାଳିତ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହେବା ପୂର୍ବରୁ ଅର୍ଥାତ ଶନିବାର ଦିନ ଜେଉଡ଼ ଭୋଗ ଲାଗି କରାଯାଇଥାଏ । ବିଶ୍ୱାସରହିଛି, ଜେଉଡ଼ ଭୋଗ ସେବନ ପରେ ଶ୍ରୀଜଗନ୍ନାଥଙ୍କଠାରୁ ଶ୍ରୀକୃଷ୍ଣ ଓ ଶ୍ରୀରାମ ଅବତରଣ କରିଥାଆନ୍ତି ।

ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ଶନିବାର ସନ୍ଧ୍ୟା ୪:୫୦ରେ ସରିବାପରେ ଶ୍ରୀଜୀଉମାନଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇଥାଏ ।

ଶ୍ରୀମନ୍ଦିର ପ୍ରଶାସନ ସୂତ୍ର୍ରୁ ପ୍ରକାଶ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଲାଗି ଶ୍ରଦ୍ଧାଳୁମାନେ କେବଳ ୫ ଘଣ୍ଟା ଲାଗି ଦର୍ଶନ କରିପାରିବେ । ଏହି ନୀତି ୫:୩୦ରେ ଆରମ୍ଭ ହୋଇ ରାତ୍ର ୧୦:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ମାନଙ୍କରେ ଜନ୍ମାଷ୍ଟମୀ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି । ଇସ୍କନ ସମେତ ରାମମନ୍ଦିର, ବାୟାବାବା ମଠ, ନୟାପଲ୍ଲୀ ଶ୍ରୀରାଧାକୃଷ୍ଣ ମନ୍ଦିରରେ ସକାଳରୁ ଭିଡ଼ ପରିଲକ୍ଷିତ ହୋଇଛି । ଏହିସବୁ ମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ଉତ୍ସବ ପାଳନ ଲାଗି ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି ।

ସେହିପରି ଏହି ଉପଲକ୍ଷେ ଭୁବନେଶ୍ୱର ରାମମନ୍ଦିର ସକାଳ ୪ଟାରେ ଖୋଲିବା ସହିତ ଶ୍ରଦ୍ଧାଳୁମାନେ ୫ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଠାକୁରମାନଙ୍କୁ ଦର୍ଶନ କରିଛନ୍ତି । ତେବେ ୪ଟା ବେଳେ ଦର୍ଶନ ବନ୍ଦ ହୋଇ ମଧ୍ୟରାତ୍ରରୁ ନନ୍ଦଉତ୍ସବ ଲାଗି ଭଜନ କୀର୍ତ୍ତନ ଆରମ୍ଭ ହେବାକୁ ସ୍ଥିର ହୋଇଛି ।

ତେବେ ବୈଷ୍ଣବ ନୀତି ଅନୁସାରେ ବାୟାବାବା ମଠରେ ସୋମବାର ଦିନ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେବ ବୋଲି ସ୍ଥିର ହୋଇଛି ।

ଇସ୍କନ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାତି ବାରଟା ବେଳକୁ ମନ୍ଦିରରେ ଜନ୍ମୋତ୍ସବ ସହିିତ ପାରମ୍ପରିକ ରୀତିରେ ଜନ୍ମାଷ୍ଟମୀ ପାଳିତ ହେବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.