Latest Odisha News

BREAKING NEWS

ୟୁପିଆଇ କିମ୍ବା ଭିମ୍ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ ୫% ରିହାତି

ଭୁବନେଶ୍ବର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ବ୍ୟାପକ କରିବାକୁ ରେଳ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇଛି ରେଳ ମନ୍ତ୍ରଣାଳୟ । ଏଣିକି BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫% ରିହାତି ପ୍ରଦାନ କରିବ ରେଳବାଇ ।

କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ ହେବ । ଶହେ କିମ୍ବା ତାଠୁ ଅଧିକ ମୂଲ୍ୟ ଉପରେ ଟିକେଟ୍ ବୁକ ପାଇଁ ଏହି ରିହାତି ଲାଗୁହେବ । ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ । ଏପରି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ଲାଗୁ ହେବ । ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ ।

Leave A Reply

Your email address will not be published.