Latest Odisha News

BREAKING NEWS

ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ବର : ହାଓ୍ବଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ନିଷ୍ପତ୍ତି । ଏଥିପାଇଁ ଡିସେମ୍ବର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୦୮୩୦୬ ସମ୍ବଲପୁର-ହାଓ୍ବଡ଼ା ସାପ୍ତାହିକ ବିଶେଷ ଟ୍ରେନ ସମ୍ବଲପୁରରୁ ଡିସେମ୍ବର ୩ ତାରିଖରୁ ହାଓ୍ବଡ଼ା ଷ୍ଟେସନ ବଦଳରେ ଶାଲିମାର ଷ୍ଟେସନ ଠାରେ ଯାତ୍ରା ଶେଷ କରିବ । ସେହିପରି ୦୮୩୦୫ ହାଓ୍ବଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍ ଡିସେମ୍ବର ୪ ତାରିଖରୁ ହାଓ୍ବଡ଼ା ବଦଳରେ ଶାଲିମାର ଷ୍ଟେସନରୁ ଏହାର ଯାତ୍ରା ଆରମ୍ଭ କରିବ ।

ଏହି ଟ୍ରେନ୍ ଶାଲିମାରରୁ ରାତି ୮ଟା ୪୫ରେ ଛାଡି ସନ୍ତରାଗାଛିରେ ରାତି ୮ଟା ୫୮ରେ ପହଞ୍ଚିବ । ଏବଂ ରାତ୍ରି ୯ଟାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଫେରିବା ସମୟରେ ଏହି ଟ୍ରେନ୍ ସନ୍ତରାଗାଛିରେ ସକାଳ ୬ଟା ୧୩ରେ ପହଞ୍ଚି ୬ଟା ୧୫ରେ ଛାଡିବ । ଶାଲିମାରରେ ସକାଳ ୬ଟା ୫୦ରେ ପହଞ୍ଚିବ ଏହି ସ୍ବତନ୍ତ୍ର ଟ୍ରେନ୍ ।

Leave A Reply

Your email address will not be published.