Latest Odisha News

BREAKING NEWS

ଆସନ୍ତା ୧୦ ତାରିଖରୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରୁ ଖୋଲିବ ପଠାଣୀ ସାମନ୍ତ ପ୍ଲାନେଟାରିୟମ । ଭୁବନେଶ୍ବର ପଠାଣୀ ସାମନ୍ତ ପ୍ଲାନେଟାରିୟମ, ବୁର୍ଲାର ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ ଖଣ୍ଡପଡା ପଠାଣୀ ସାମନ୍ତ ପ୍ଲାନେଟାରିୟମ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାରେ ଏ ସମସ୍ତ ପ୍ଲାନେଟାରିୟମ ଖୋଲିବ ।

ସମସ୍ତ ଅନୁଷ୍ଠାନର ପ୍ରବେଶ ସମୟରେ ଥର୍ମାଲ ସ୍କାନିଂ କରାଯିବ । ଏହାସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ବର ପଠାଣୀ ସାମନ୍ତ ପ୍ଲାନେଟାରିୟମ ଶନିବାର ଓ ରବିବାର ବ୍ୟତିତ ଅନ୍ୟ ସମସ୍ତ ଦିନରେ ଖୋଲା ରହିବ । ଏହି ଅନୁଷ୍ଠାନରେ ପ୍ରବେଶ ପାଇଁ ଦୁଇଟି କୋଭିଡ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।

ବୁର୍ଲାର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଓ ଖଣ୍ଡପଡ଼ାର ପଠାଣୀ ସାମନ୍ତ ପ୍ଲାନେଟାରିୟମ ସମସ୍ତ ସୋମବାର ବ୍ୟତିତ ଅନ୍ୟ ସମସ୍ତ ଦିନରେ ଖୋଲା ରହିବ ।

Leave A Reply

Your email address will not be published.