Latest Odisha News

BREAKING NEWS

ମାଛ ମାରି ଫେରୁଥିବା ବେଳେ ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ଭାସି ଯାଇଛି ସମୁଦ୍ରରେ ।

ଗତକାଲି ବାଲିପ୍ଲଟର ଏକ ଡଙ୍ଗାରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରି କୂଳକୁ ଫେରୁଥିବା ବେଳେ ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ଥିବାରୁ ଉଚ୍ଚ ଢେଉ ମାଡ଼ରେ ଡଙ୍ଗାଟି ଓଲଟି ଯାଇଥିଲା ।

ଫଳରେ ଡଙ୍ଗାରେ ଥିବା ମାଛ ଓ ଲକ୍ଷାଧିକ ଟଙ୍କାର ଜାଲ ସମୁଦ୍ରରେ ଭାସି ଯାଇଛି । ଉକ୍ତ ଡଙ୍ଗା ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ସମସ୍ତ ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.