Latest Odisha News

BREAKING NEWS

ପୁରୀ ‘ବିଶ୍ୱ ଐତିହ୍ୟ ପ୍ରକଳ୍ପ’କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୫ ଆଇଏଏସଙ୍କୁ ଦେଲେ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ଭାବେ ଗଢି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେବା ସହ ଏହାକୁ ସୁଚାରୁରୂପେ ନିର୍ବାହ କରିବାକୁ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । ଜିଲ୍ଲାପ୍ରଶାସନର ସହାୟତା ପାଇଁ ରାଜ୍ୟ ଶୁକ୍ରବାର ବାର ଦିନ ଆଉ ୫ ଜଣ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଆଇଏଏସମାନେ ପୁରୀର ବିକାଶ ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହି ପୁରୀ ଜିଲ୍ଲାପାଳଙ୍କୁ ସହଯୋଗ କରିବେ ।

ଏହି ୫ ଆଇଏଏସ ଅଫିସର ୨୦୦୮ ବ୍ୟାଚର ହୋଇଥିବା ବେଳେ ଏମାନଙ୍କ ନାମ ହେଉଛି, ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ.ଶୁଭଙ୍କର ମହାପାତ୍ର, କୀର୍ତ୍ତିଭାସନ୍ ଭି, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ ।

ଏମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଲୋକସେବା ଭବନଠାରେ ସେମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ବୁଝାଇଛନ୍ତି ।

Leave A Reply

Your email address will not be published.