Latest Odisha News

BREAKING NEWS

ମୋବାଇଲରେ ଥିବା ‘ଫ୍ଲାଇଟ୍‌ ମୋଡ ଅପସନ’ର ପ୍ରକୃତ ବ୍ୟବହାର ଜାଣନ୍ତି କି!

ଭୁବନେଶ୍ୱର: ଆଜିର ସମୟରେ ସବୁକିଛି ଯେପରି ହାତ ପାହାନ୍ତାରେ ହେଇଯାଉଛି। ସ୍ମାର୍ଟଫୋନ୍ ଜରିଆରେ ଆମେ ସବୁକାମ ଅତି ସହଜରେ କରିପାରୁଛୁ। ପ୍ରାୟତଃ ପିଲାରୁ ବୁଢା ସବୁ ଏହି ମୋବାଇଲ ଫୋନର ବ୍ୟବହାର କରୁଥିବା ଦେଖା ଦଉଛି ।
ତେବେ ଆମେ ବ୍ୟବହାର କରୁଥିବା ମୋବାଇଲରରେ ଥିବା ସମସ୍ତ ଅପସନ ବିଷୟରେ କଣ ଆମେ ଜାଣିଛନ୍ତି ।

ଆମେ ବ୍ୟବହାର କରୁଥିବା ଫୋନରେ ଏକ ଅପସନ ଥାଏ’ ‘ଫ୍ଲାଇଟ ମୋଡ଼’ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ‘ଫ୍ଲାଇଟ ମୋଡ଼’ ର ପ୍ରକୃତ ବ୍ୟବହାର …

ସମସ୍ତ ଫୋନରେ ପ୍ରାୟ ଫ୍ଲାଇଟ୍‌ ମୋଡ ଅପସନ୍‌ ଥାଏ। ବିଶେଷକରି ଏହି ଅପସନକୁ ଉଡାଯାହାଜରେ ଯିବା ସମୟରେ ବ୍ୟବ୍ୟବହାର କରାଯାଇଥାଏ । ସମସ୍ତ ଫୋନ ଗୋଟିଏ ଗୋଟିଏ ବିଦ୍ୟୁତ୍‌ ଚୁମ୍ବକ । ଏଥିରେ ଆସୁଥିବା ସିଗନାଲ ବିମାନ ସିଗନାଲକୁ ମଧ୍ୟ ହ୍ୟାଙ୍ଗ କରିପାରେ।

ଫୋନ୍‌କୁ ଫ୍ଲାଇଟ୍‌ ମୋଡରେ ଏଥିପାଇଁ ରଖାଯାଏ କାରଣ ଏହି ଛୋଟ ମୋବାଇଲ ଫୋନ୍‌ ଫ୍ଲାଇଟ୍‌ ଅପେରେସନକୁ ବ୍ଲକ୍‌ କରିପାରେ।

ଯେତେବେଳେ ମୋବାଇଲ ଫୋନ୍‌କୁ ଫ୍ଲାଇଟ୍‌ ମୋଡରେ ରଖାଯାଏ ସେତେବେଳେ ଫୋନ୍‌ର ସର୍ଭିସ ଯେମିତିକି ୱାଇଫାଇ, ଜିଏସ୍‌ଏମ୍‌, ବ୍ଲୁଟୁଥ୍‌ ଭଳି ସେବା ସବୁ ବନ୍ଦ ହୋଇଯାଏ। ଫୋନ୍‌ ଫ୍ଲାଇଟ୍‌ ମୋଡରେ ନଥିଲେ ସିଗନାଲ ଫ୍ଲାଇଟର ସେନ୍‌ସିଟିଭ ଇଲେକ୍ଟ୍ରିକ୍‌ ଡିଭାଇସ୍‌ର ସିଗନାଲକୁ ବ୍ଲକ୍‌ କରିପାରେ।

ଫ୍ଲାଇଟ୍‌ ଲ୍ୟାଣ୍ଡିଂ ଓ ଟେକ୍‌ଅଫ ସମୟରେ ବହୁତ ସତର୍କତା ଓ ସାବଧାନ ରହିବା ପାଇଁ କୁହାଯାଏ କାରଣ ଏହା ବେଶ ଗୁରୁତ୍ବପୂର୍ଣ୍ଣ ଅପରେସନ ଥାଏ।

Leave A Reply

Your email address will not be published.