Latest Odisha News

BREAKING NEWS

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଛାତି ଥରା ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ପେଟ ପୋଷିବା ଆଶାରେ ସକାଳୁ ଅଟୋରେ ସମସ୍ତେ ଘରୁ ବାହାରି ଥିଲେ । ଭୋରର ଝାପସା ଆଲୁଅରେ ଅଟୋ ଆଗକୁ ମାଡ଼ି ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ସାମ୍ନାରୁ ଆସୁଥିବା ଏକ କୋଇଲା ବୋଝେଇ କାଳରୂପୀ ଟ୍ରକ୍ ଅଟୋକୁ ଧକ୍କା ଦେଇ ଦୂରକୁ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛନଛତ୍ର ହୋଇ ପଡ଼ିଛି ଅଟୋର ଭଗ୍ନାଂଶ । ମୃତକ ମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗାଁର । ମତୃକଙ୍କ ମଧ୍ୟରେ ୧୩ ବର୍ଷର ନାବାଳକ ରହିଛି ।

ମୃତକ ମାନେ ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ଭୋର ସମୟରେ ସମସ୍ତେ ମହୁଲ ଟୋଲ ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇ ଯାଇଛି । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ ଅଛନ୍ତି ।

Leave A Reply

Your email address will not be published.